ସୁଗମ ଭଜନାବଳୀ

 

 

 

 

 

 


ଠାକୁରଙ୍କ ଠାରେ ପ୍ରେମଭାବ ଜାଗ୍ରତ ହୋଇଗଲେ ତାଙ୍କ ଭଜନ ବ୍ୟତୀତ ଆଉ କିଛି ଭଲ ଲାଗେ ନାହିଁ, ଯେତେ ଭୁଲାଇଲେ, ଭୁଲି ହୁଏ ନାହିଁ, ଛଡ଼ାଇଲେ  ଛାଡ଼େନାହିଁ | ଯେ କୌଣସି ପ୍ରକାରେ ନାମ ଜପରେ ଲାଗିରହ | ନାମରେ ଯଥାର୍ଥ ଋଚି ଆସିଗଲେ, ତାର ମିଷ୍ଟତା ଥରେ ଅନୁଭବ ହୋଇଗଲେ, ତେବେ ନାମ ଜପ ମନକୁ ମନ ହୋଇ ଚାଲିବ | ସଂଖ୍ୟା ବା ମାଳର ଆବଶ୍ୟକ ହେବ ନାହିଁ |  ସଂସାର ସାଗରରୁ ପାର କରିବା ପାଇଁ କେବଳ ସଦ୍ଗୁରୁ ହିଁ ସମର୍ଥ | ପାର କରାଇ ଦେବା ପାଇଁ ସେ ସର୍ବଦା ପ୍ରସ୍ତୁତ | ମନ ପ୍ରାଣ ଦେଇ କେବଳ ଭଜନ କର |

     ଜପ, ଭଜନ କୀର୍ତ୍ତନର ମହିମା, ଅସୀମ | ସର୍ବଦା ନିଜକୁ ଏଥିରେ ହଜାଇ ଦିଅ | ପରମ ଦୟାଳୁ ଠାକୁର ଙ୍କ  କରୁଣାରୁ, ତୁମର କଲ୍ୟାଣ ହେଉ |
                                              ଓଁ ଶାନ୍ତି     

 1. ଶ୍ରୀ ସଦ୍ଗୁରୁ ସ୍ତୋତ୍ରମ୍
  2.  ଗୁର୍ବାଷ୍ଟକମ୍
  3.  ସାର୍ବଭୌମ ପ୍ରାର୍ଥନା

   4.  କିଏ ସେହି ଗୋଟିଏ
  5.  ସପ୍ତଶ୍ଲୋକୀ ଦୁର୍ଗା

 

4

୧ ||      ୨  ||      ୩ ||  |୪|   | ୫|   | ୬|       | ୭|       | ୮|     | ୯|  |୧ 0|      

୧୧ ||     ୧୨  || ୧୩ ||  ୧୪ ||   ୧୫    ୧୬    ୧୭   ୧୮  ୧୯  ୨0  ୨୧   ୨୨   ୨୩ ୨   ୨  ୨  ୨  ୨  ୨  ୨   ୩0


ଓଁ ମା

 

 


 

ଶ୍ରୀ ସଦ୍ଗୁରୁ ସ୍ତୋତ୍ରମ୍

 


 

 

 

 

 

 

 




 ଓଁ

  ଶ୍ରୀମତ୍ ପରଂବ୍ରହ୍ମ  ଗୁରୁଂ ବଦାମି  
ଶ୍ରୀମତ୍ ପରଂବ୍ରହ୍ମ  ଗୁରୁଂ ଭଜାମି
ଶ୍ରୀମତ୍ ପରଂବ୍ରହ୍ମ  ଗୁରୁଂ ସ୍ମରାମି
              ଶ୍ରୀମତ୍ ପରଂବ୍ରହ୍ମ  ଗୁରୁଂ ନମାମି         | ୧ |

 ଗୁରୁର୍ବ୍ରହ୍ମା ଗୁରୁଃବିଷ୍ଣୁ ଗୁରୁଦେଵଃ ମହେଶ୍ୱରଃ
       ଗୁରୁସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ   |

              ଓଁ ବ୍ରହ୍ମାନନ୍ଦଂ ପରମ ସୁଖଦଂ କେଵଳଂ ଜ୍ଞାନ ମୂର୍ତ୍ତିମ୍
              ଦ୍ଵନ୍ଦାତୀତଂ ଗଗନ ସଦୃଶଂ ତତ୍ତ୍ୱ ମସ୍ୟାଦି  ଲକ୍ଷମ୍    
||      

💧
💥ଟୀକା ଭାଗବତ💥

ଦ୍ୱାଦଶ ସ୍କନ୍ଧ ଟୀକା

ଭଗବତ୍ ଭାଗବତା ନାଂ ମୁଖସ୍ଖଳିତମକ୍ଷରମ
ତ୍ରି ଅକ୍ଷରଂ ମହାବୀଜଂ ଅନନ୍ତଂ ତଂ ନିୟୋଜୟେତ |

👉ପ୍ରଥମ ସ୍କନ୍ଧ
ପାଣ୍ଡଵ ଦୁଃଖନାଶାୟ ଅର୍ଜୁନସ୍ୟାପି ପ୍ରାପ୍ତୟେ
ଶିଶୁପାଳ -- ଵିନାଶାୟ ବାସୁଦେବାୟ ତେ  ନମଃ |
👇
ଭକ୍ତ ବତ୍ସଳ ଦେବ ହରି        |  ପାଣ୍ଡଵ କୁଳ ରକ୍ଷାକରି ||
ଦୟା ସାଗର ଭାବଗ୍ରାହୀ      |  ଅର୍ଜୁନ ଠାରୁ କଳା ନେଇ ||
ଶଲ୍ୟ ଯେ ଶିଶୁପାଳ ଆଦି    |  ଚକ୍ରେ ତାହାଙ୍କ ଶିର ଛେଦି ||
ମୋକ୍ଷ ଯେ କଲେ ଭଗବାନ |  ସେ ପୁଣି ଗଲେ ନିଜ ସ୍ଥାନ ||
ପ୍ରଥମ ସ୍କନ୍ଧେ ଏ ଚରିତ        |  ଉନବିଂଶ ଅଧ୍ୟା ସମାପ୍ତ   ||   

🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 

 ଦ୍ଵିତୀୟ ସ୍କନ୍ଧ 👈 
ଅନାଦି ପଦ୍ମ ଯୋନିଶ୍ଚ ବ୍ରହ୍ମଜ୍ଞାନାଦିବଂ ତଥା
ଖଟ୍ୱାଙ୍ଗ ରାଜ ଅନନ୍ତାୟ ନମୋନମଃ  || 
👇

   ନାରଦ ଆଗେ ଦେବବର   | ଯେତେ କହିଲେ ଜ୍ଞାନସାର ||
 ସମୁଦ୍ର ଆଦି ତତ୍ତ୍ୱ ବୋଧ | ବ୍ରହ୍ମାଙ୍କୁ କହିଲେ ନାରଦ ||
ଖଟ୍ୱାଙ୍ଗ ରାଜାର ଚରିତ  | ଦଶ ଅଧ୍ୟା ରେ ଭାଗବତ  ||
ଶୁକ କହିଲେ ପରୀକ୍ଷିତେ  | ଦ୍ଵିତୀୟ ସ୍କନ୍ଧେ ଭାଗବତେ ||

 

 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

👉ତୃତୀୟ ସ୍କନ୍ଧ  
ବରାହଃ ପୃଥ୍ୱୀଧାରୀଚ ହିରଣ୍ୟାକ୍ଷ ନିବାରଣମ୍
ଦେବହୁତୀ ଗର୍ଭଜାତଃ କପିଳାୟ ନମୋସ୍ତୁତେ ||
👇
ବରାହ ରୂପ ଧରି ହରି |  ପାତାଳୁ ଆସି ବସୁନ୍ଧରୀ  ||
ବିଦୂର ଉଦ୍ଧାର ସମ୍ବାଦ |  ହିରଣ୍ୟାକ୍ଷର ଯେବା ବଧ  ||
ଦେବହୁତୀର ଗର୍ଭଗତେ |  କପିଳ ରୂପେ ଜଗନ୍ନାଥେ ||
ତୃତୀୟ ସ୍କନ୍ଧେ, ଏଚରିତ  |  ତେତିଶ ଅଧ୍ୟା ସମାପତ  ||     

 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

ଚତୁର୍ଥ ସ୍କନ୍ଧ 👈

ଦକ୍ଷ ଯଜ୍ଞ ଵିନାଶାୟ ଧୃବ ଦୁଃଖ ନିବାରଣମ୍
ଧରଣୀ ଦୋହନଞ୍ଚଇବ  ପୃଥୟୁଜନ୍ମ ନମୋସ୍ତୁତେ || 

👇

ଦକ୍ଷ ଯେ ପ୍ରଜାପତି ଘରେ |  ପାର୍ବତୀ ଜନ୍ମିଲେ ସେଠାରେ ||
ପତିର ନିନ୍ଦା ନ ସହିଣ  |  ଯଜ୍ଞ ଅନଳେ ତେଜେ ପ୍ରାଣ   ||
ସପ୍ତ ବରଷ ଧୃବ ଥିଲେ  | ହରି ଚରଣ ଆଶ୍ରା କଲେ ||
ଦୟା ସାଗର ଭାବଗ୍ରାହୀ  |  ବୈକୁଣ୍ଠ ପୁରେ ବାସ ଦେଇ  ||
ଚତୁର୍ଥ ସ୍କନ୍ଧେ ଏ ଚରିତ  |  ଏକ ତ୍ରିଂଶାଧ୍ୟା ସମାପତ  ||     

  🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

👉ପଞ୍ଚମ ସ୍କନ୍ଧ

 ଭରତ ଭ୍ରମ ନାଶାୟ ପୃଥିବୀ ସପ୍ତଭାଗକମ୍
  ରଘୁରାଣ ନୃପଶ୍ଚଇବ ଋଷଭସ୍ତୁ 
ନମୋସ୍ତୁତେ ||

👇
ପ୍ରିୟବ୍ରତର କଥା ମାନ  |  ତହୁଁ ସେ ହେଲେ ଉତପନ୍ନ ||
ତାଙ୍କର ସାତ ପୁଅ ହେଲେ |  ଭରତ ଶ୍ରେଷ୍ଠ ବୋଲାଇଲେ ||
ସପ୍ତ ଭାଗରେ ମହୀ ସର୍ବ |  ବାଣ୍ଟିଣ ଦେଲେ ନରଦେବ  ||
ରଘୁ ନୃପ ଭରତଙ୍କର  |  ଜ୍ଞାନ ଯୋଗର ସମାଚାର   ||
ପଞ୍ଚମ ସ୍କନ୍ଧେ ଏହି କଥା |  ଷଢ଼ ବିଂଶାଧ୍ୟା ଶେଷ ଯଥା   || 

  🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

 ଷଷ୍ଠ ସ୍କନ୍ଧ 👈
ଅଜାମିଳ ବିପ୍ରତ୍ରାଣଂ ନୃପତିଣାଂ ଚ ମୋକ୍ଷକମ୍
ବାସବ ତାରଣଂ ଶାପାତ୍ ନାରାୟଣ ନମସ୍ତୁତେ ||

👇
   ଅଜାମିଳ ଯେ ବିପ୍ରବର |  ବିପାକୁ ହୋଇଲା ଉଦ୍ଧାର ||
ଯମ ପାଶ ରୁ ମୁକ୍ତ ହୋଇ |  ଉତ୍ତମ ଗତି ସେ ଲଭଇ  ||
ଚିତ୍ରକେତୁ ଯେ ନୃପବର  | ଜ୍ଞାନ କହିଲେ ବେଦବର  ||
ଷଷ୍ଠସ୍କନ୍ଧରେ ଏହା ରହି |  ନବ ଦଶରେ ପୂର୍ଣ୍ଣ ହୋଇ ||   

  🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 

 

 ସପ୍ତମ ସ୍କନ୍ଧ 👈
ପ୍ରହ୍ଲାଦ ଭକ୍ତ ବାତ୍ସଲ୍ୟଂ ହିରଣ୍ୟାକ୍ଷ ନିବାରଣମ୍
ସର୍ବା ସୁର ଭୟ ଯୁକ୍ତ ନୃ ସିଂହାୟ ନମୋସ୍ତୁତେ   ||

👇
   ପ୍ରହଲ୍ଲାଦର ଛଳେ ପୁଣି | ନୃସିଂହ ରୂପେ ଚକ୍ରପାଣି  ||
 ସ୍ତମ୍ଭରୁ ହୋଇଲେ ବାହାର | ମାଇଲେ ହିରଣ୍ୟ ଅସୁର   ||
  ଆଉ ଯେତେକ ରାଜା ଥିଲେ | ଭୟେ ସମସ୍ତେ ପଳାଇଲେ   ||
ପନ୍ଦର ଅଧ୍ୟାୟରେ ଏହି | 
ସପ୍ତମ ସ୍କନ୍ଧ ପୂର୍ଣ୍ଣ ହୋଇ  ||   

  🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 

ଅଷ୍ଟମ ସ୍କନ୍ଧ 👈
ଗଜମୋକ୍ଷଂ ଗ୍ରାହଛେଦଂ ସୁଧା ଦେବେ ଦେୟଂ ତଥା
ମୋହିନୀ ହର ମୋହନଂ ଭଗବାନ ନମୋସ୍ତୁତେ  ||

👇

ଗଜ ଆରତ ଶୁଣି ହରି | ଚକ୍ରେ କୁମ୍ଭୀର ବଧ କରି ||
ସମୁଦ୍ର ମନ୍ଥନ ଯେ କଲେ | ଦେବଙ୍କୁ ସୁଧା ପରସିଲେ ||
ମୋହିନୀ ରୂପେ ଭଗବାନ |  ମୋହିଲେ ଅସୁରଙ୍କ ମନ ||
ଯେବର ରୂପ ଦେଖିକରି  |  ମୋହ ହୋଇଲେ ଶୂଳଧାରୀ ||
ଅଷ୍ଟମ ସ୍କନ୍ଧେ ଏହୁ ବାଣୀ  |  ତ୍ରୟୋବିଂଶାଧ୍ୟା ଶେଷ ପୁଣି ||

  🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

 ନବମ ସ୍କନ୍ଧ 👈

ଅମ୍ବରୀଷ ତ୍ରାଣଙ ପର୍ଶୁରାମ ଧର୍ମୈକ ବିଂଶକମ
ଲଙ୍କା ରାବଣ ଦହସ୍ୟ ରାମଚନ୍ଦ୍ର ନମୋସ୍ତୁତେ  ||

👇
   ଅମ୍ବରୀଷ ତାରଣ କରି |  ପରଶୁରାମ ରୂପ ଧରି  ||
ଲଙ୍କାକୁ ଗଲା ହନୁମାନ |  ସେ ପୁର କଲାକ ଦହନ   ||
  ରାମ ଲକ୍ଷ୍ମଣ ରୂପ ଧରି  |  ଭରତ ଶତ୍ରୁଘନ ଚାରି   ||
ନବମ ସ୍କନ୍ଧେ ଏ ଚରିତ  |  ଚବିଶ ଅଧ୍ୟା ସମାପତ  ||   

  🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 

ଦଶମ ସ୍କନ୍ଧ 👈
ଗୋପେ କୃଷ୍ଣବତାରଶ୍ଚ ଗୋପୀକୃଷ୍ଣ ମନୋରଥଃ
ଅଷ୍ଟମଲ୍ଲ ଵିନାଶାୟ ରାମକୃଷ୍ଣ 
ନମୋସ୍ତୁତେ         ||

👇

                ଦେବକୀ ଗର୍ଭେ ଜାତ ହୋଇ | ରହିଲେ ଗୋପ ପୁରେ ଯାଇ  ||
ଅଷ୍ଟ ବରଷେ ନରହରି  |  ଅଷ୍ଟ ମଲ୍ଲଙ୍କୁ ପ୍ରାଣେ ମାରି ||
ପୁତନା ଆଦି କେଶୀ ଯାଏ |  ସର୍ବେ ମାଇଲେ ଦେବରାୟେ ||
ତହୁଁ ଯେ ଅକୃର ଅଇଲା |  ରାମକୃଷ୍ଣଙ୍କୁ ଘେନି ଗଲା ||
ଗୋପୀଙ୍କ ବାଞ୍ଛା ପୂର୍ଣ୍ଣକରି |  ମଥୁରା ଗଲେ ନରହରି ||
କଂସ ଦେଖିଣ ତାଙ୍କୁ ଡୋଳେ | ପ୍ରାଣ ଛାଡିଲା ତତ୍ କାଳେ ||
ଦ୍ଵାରକା ପୁରେ ଭାବଗ୍ରାହୀ |  ଛପନ କୋଟି ଯେ ଭିଆଇ ||  
ତହିଁରେ ସୁଖ କଲେ ଯେତେ  |  ତାହା ମୁଁ  କହିବଇଁ କେତେ ||
ଦଶମ ସ୍କନ୍ଧେ ଏ ଚରିତ  |   ଛାୟାଣୋଇ ରେ ସମାପତ ||

   🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 

ଏକାଦଶ ସ୍କନ୍ଧ 👈
ଉଦ୍ଧବେ ଜ୍ଞାନ ଯଦୁବଂଶବିନାଶ ଦାନଂ ଚ
ଜରାଶବର ନାଶୋୟଂ ଭଗବାନ୍ ଭୋ 
ନମୋସ୍ତୁତେ ||

👇

 ସଂସାର ସାର ଭଗବାନ  | ଉଦ୍ଧବେ ଦେଇ ଦିବ୍ୟ ଜ୍ଞାନ
ଆପଣା ବଂଶ ନାଶ ଅର୍ଥେ  |  ବିଚାର କଲେ ପ୍ରଭୁ ଚିତ୍ତେ
ବ୍ରାହ୍ମଣ ଶାପେ ଯଦୁବଂଶ  |  ଅବଶ୍ୟ ହୋଇବଟି ନାଶ
ଚିତ୍ତେ ବିଚାରି ନରହରି  |  ଆପଣା ବଂଶ ନାଶ କରି ||
କ୍ରୀଡା ବିନୋଦ ବନମାଳୀ  | ନିଜ ଧାମକୁ ଗଲେ ଚଳି  ||
ଏକାଦଶରେ ଏ ଚରିତ  |  ଦ୍ୱାତ୍ରିଂଶ ଅଧ୍ୟା ସମାପତ ||

   🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 

 

ଦ୍ୱାଦଶ ସ୍କନ୍ଧ 👈
ବିଶ୍ୱଉତ୍ପତ୍ତି ପ୍ରଳୟଂ ଶୟନଂ ବଟପୁଟୟୋଃ
 ମାର୍କଣ୍ଡ ଗର୍ଭଧାରୀ ଚ ଅନନ୍ତାୟ
ନମୋସ୍ତୁତେ  ||

👇

                ଆଗତ ଭବିଷ୍ୟ ଏ ବାଣୀ  |  ଅର୍ଜୁନ ଗୁଣ ପରିମାଣି ||
ମାର୍କଣ୍ଡ ପ୍ରଳୟ ଯେ ହୋଇ | ବେଦର ତତ୍ତ୍ୱ ଯେ ବୋଲାଇ ||
ବିରାଟ ରୂପେ ଭଗବାନ   |  ଚନ୍ଦ୍ର ଯେ ସୂର୍ଯ୍ୟ ଙ୍କ ଆସନ   ||
ଦ୍ୱାଦଶ ସ୍କନ୍ଧେ ଏ ଚରିତ   |  ଦ୍ୱାଦଶ ଅଧ୍ୟା ସମାପତ  ||
ଯେ ପ୍ରାଣୀ ପଢ଼ନ୍ତି ଶୁଣନ୍ତି  |  ସକଳ ଦୁଃଖୁ ନିସ୍ତରନ୍ତି  ||
ଶ୍ରଦ୍ଧାରେ ଯେ ଜନ ପଢ଼ଇ |  ଅପୁତ୍ରି ଦୋଶୁ ନିସ୍ତରଇ  ||
ଗୋହତ୍ୟା, ବ୍ରହ୍ମହତ୍ୟା ମାନ  | ଏ ସର୍ବ ହୁଅଇ ଦହନ  ||
ଯେ ମହାପାପ କରିଥାଇ  |  ପଢିଲେ ମୁକତି ଲଭଇ  ||
ତାହାର ତତ୍ତ୍ୱ ଭାବ ଜାଣି  |  ଦୟା କରନ୍ତି ଚକ୍ରପାଣି  ||
ସେ ପ୍ରଭୁ ପାଦେ ଦେଇ ଚିତ୍ତ |  କହଇ ଦାସ ଜଗନ୍ନାଥ ||

ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ଦ୍ୱାଦଶ ସ୍କନ୍ଧେ
ସୂଚୀ ଟୀକା ଭାଗବତ ସମ୍ପୂର୍ଣ୍ଣ
|   ||
   🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏
   🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏
 
👉  କିଏ ସେହି ଗୋଟିଏ  👈
ଶାଖା ଅନେକ .......ଗଛ କିନ୍ତୁ ଗୋଟିଏ |
ବୃକ୍ଷ ଅନେକ .......ବଣ କିନ୍ତୁ ଗୋଟିଏ |
ବିହଙ୍ଗ ଅନେକ .......ଆକାଶ କିନ୍ତୁ ଗୋଟିଏ |
ମହୁମାଛି ଅନେକ .......ମଧୁ କିନ୍ତୁ ଗୋଟିଏ |
ପୃଷ୍ଠା ସବୁ ଅନେକ .......ପୁସ୍ତକତ ଗୋଟିଏ |
ଭାବ ସବୁ ଅନେକ .......ମନ କିନ୍ତୁ ଗୋଟିଏ |
ଚରିତ୍ରତ ଅନେକ .......ନାଟକ କିନ୍ତୁ ଗୋଟିଏ |
ଆଧାରତ ଅନେକ .......ଜଳ କିନ୍ତୁ ଗୋଟିଏ |
ପଥ ସବୁ ଅନେକ .......ଲକ୍ଷ୍ୟ କିନ୍ତୁ ଗୋଟିଏ |
ଜ୍ଞାନୀ ଗଣ ଅନେକ .......ଜ୍ଞାନ କିନ୍ତୁ ଗୋଟିଏ |
ଧର୍ମ ସବୁ ଅନେକ .......ସତ୍ୟ କିନ୍ତୁ ଗୋଟିଏ |
ଶରୀର ଅନେକ ......."ମୁଁ " କିନ୍ତୁ ଗୋଟିଏ |
ଖୋଜି ଲୋଡି ଦେଖି ନିଅ .......କିଏ ଏହି ଗୋଟିଏ |
ସଭିଙ୍କ ଭିତରେ ସେହି .......ଏକମାତ୍ର ଗୋଟିଏ | 

||ଓଁ ଶାନ୍ତିଃ ||   

 

   🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

(English Translation)

Who is that one?
The branches are many....
but the tree is one
The trees are many....
but the forest is one
Birds are many....
but the sky is one
Bees are many....
but honey is one
The pages are many....but the book is one
Thoughts are many....... but the mind is one
The characters are many....
but the drama is one
Bases are  many.......but water is one
The paths are many....but the goal is one
There are many wise people....... but wisdom is
one
Religions are many.......but the truth is one
The bodies are many....but the "I" is one
Find out who this one is
That is the only one among all
|Om peace| 

🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

ଦେବୀ ଙ୍କର ଷୋଡଶ ଉପଚାର ପୂଜାରେ ଯେତେବେଳେ ପୂଜକ ପାନ ପତ୍ର କୁ ଦେବୀଙ୍କ ସାମ୍ନାରେ ଦେଖାନ୍ତି, ତାହାର ଅର୍ଥ ହେ ମା, ହେ ଦେବୀ, ଏଥର କ୍ଷେତ୍ର ପ୍ରସ୍ତୁତ |
ତ୍ରିଭୁଜ ଆକାରର ପାନ ପତ୍ର ଇଙ୍ଗିତ କରେ ଯେ : ତ୍ରିଭୁଜ ରୂପକ କ୍ଷେତ୍ର |
କିନ୍ତୁ ତ୍ରିଭୁଜ କାହିଁକି ?
କାରଣ କ୍ଷେତ୍ର ଟିଏ ପ୍ରସ୍ତୁତ ହେବା ପାଇଁ ସର୍ବନିମ୍ନ  ବା କମ ସେ କମ ୩ ଟି ବାହୁ ଆବଶ୍ୟକ | ୩ ଟି ବାହୁ ରୁ କମ ହେଲେ କ୍ଷେତ୍ର ହୋଇ ପାରିବ ନାହିଁ |   

(sri Bariragi to Bapi)

In the 16th Upachar Puja of the Goddess, when the worshiper shows the pan leaf in front of the Goddess, it means, O Mother, O Goddess, this time the field is ready. Triangular shaped pan leaves indicate: Triangular shape area But why the triangle? Because at least 3 arms are required to prepare a field Less than 3 arms cannot be a field.

🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

 ସପ୍ତଶ୍ଲୋକୀ ଦୁର୍ଗା

ସପ୍ତଶ୍ଲୋକୀ ଦୁର୍ଗା
ଶିବ ଉଵାଚ
ଦେବି ତ୍ଵଂ ଭକ୍ତ ସୁଲଭେ ସର୍ବ କାର୍ଯ୍ୟ ବିଧାୟିନୀ
କଳୌ ହି କାର୍ଯ୍ୟ ସିଧ୍ୟ୍ୟର୍ଥମୁପାୟଂ ବୃହି ଯତ୍ନତଃ  ||  

ଦେବୀ ଉଵାଚ
 ଶୃଣୁ  ଦେବ ପ୍ରବକ୍ଷାମି କଳୌ ସର୍ବେଷ୍ଟ ସାଧନମ୍
ମୟା ତବୈବ ସ୍ନେହେନା ପ୍ୟମ୍ବାସ୍ତୁତିଃ ପ୍ରକାଶ୍ୟତେ || 

ଓଁ ଅସ୍ୟ ଶ୍ରୀ ଦୁର୍ଗା ସପ୍ତଶ୍ଲୋକୀସ୍ତୋତ୍ର ମନ୍ତ୍ରସ୍ୟ
ନାରାୟଣ ଋଷିଃ , ଅନୁସ୍ଟୁପ ଛନ୍ଦଃ ,
ଶ୍ରୀ ମହାକାଳୀ ମହାଲକ୍ଷ୍ମୀ ମହାସରସ୍ୱତ୍ୟୋ ଦେବତାଃ
ଶ୍ରୀ ଦୁର୍ଗା ପ୍ରୀତ୍ୟର୍ଥଂ ସପ୍ତଶ୍ଲୋକୀଦୁର୍ଗା ପାଠେ ବିନିଯୋଗଃ  !  

ଓଁ ଜ୍ଞାନିନାମପି ଚେତାଂସି ଦେବୀ ଭଗବତୀ ହି ସା |
               ବଳାଦାକୃଶ୍ୟ ମୋହାୟ ମହାମାୟା ପ୍ରୟଛତି              | ୧ |     

ଦୁର୍ଗେସ୍ମୃତା ହରସି ଭୀତି ମଶେଷ ଜନ୍ତୋଃ
ସ୍ୱସ୍ଥେଇଃ ସ୍ମୃତା ମତି ମତୀବ ଶୁଭାଂ ଦଦାସି
ଦାରିଦ୍ର୍ୟ ଦୁଃଖ ଭୟ ହାରିଣୀ କା ତ୍ବଦନ୍ୟା
                ସର୍ବ ଉପକାର କରଣାୟ  ସଦାର୍ଦ୍ର ଚିତ୍ତା       |  ୨  |

ସର୍ବ ମଙ୍ଗଳ ମାଙ୍ଗ6ଲ୍ଯ ଶିବେ ସର୍ବାର୍ଥ ସାଧିକେ
      ଶରଣ୍ୟେ ତ୍ର୍ୟମ୍ଵକେ ଗୌରୀ ନାରାୟଣୀ ନମୋସ୍ତୁତେ   |  ୩  | 

ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ
             ସର୍ବସ୍ୟାର୍ତ୍ତି ହରେ ଦେବି ନାରାୟଣୀ ନମୋସ୍ତୁତେ   | ୪  |

 ସର୍ବ ସ୍ବରୁପେ ସର୍ବେଶେ ସର୍ବ ଶକ୍ତି ସମନ୍ବିତେ
         ଭୟେଭ୍ୟ ସ୍ତ୍ରାହିନୋ ଦେବୀ ଦୁର୍ଗେ ଦେବୀ  ନମୋସ୍ତୁତେ   | ୫|

ରୋଗାନ ଶେଷାନ ପହଂସି ତୁଷ୍ଟା
ରୁଷ୍ଟା ତୁ କାମାନ୍ ସକଳାନଭିଷ୍ଟାନ୍
ତ୍ୱମାଶ୍ରିତାନାଂ ନ ବିପନ୍ନରାଣାଂ   
                 ତ୍ୱମାଶ୍ରିତାହ୍ୟାଶ୍ରୟତାଂ ପ୍ରୟାନ୍ତି               | ୬|

  ସର୍ବ ବାଧା ପ୍ରଶମନଂ
 ତ୍ରୈଲୋକ୍ୟସ୍ୟାଖିଳେଶ୍ୱରୀ
         ଏବମେବ ତ୍ବ ୟା କାର୍ଯ୍ୟମସ୍ମଦ୍ ବୈରୀବିନାଶନମ  |  ୭   |

       ଇତି ଶ୍ରୀ ସପ୍ତଶ୍ଲୋକୀ ଦୁର୍ଗା ସମ୍ପୁର୍ଣ୍ଣମ୍  |
 

 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

 
ସପ୍ତଶ୍ଲୋକୀ ଗୀତା
ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ ମାମନୁ ସ୍ମରନ
ଯଃ ପ୍ରୟାତିତ୍ୟଜନ୍ ଦେହଂ ସଯାତିପରମାଂ ଗତିମ୍   | ୧ |
 
ସ୍ଥାନେ ହୃଷିକେଶ ତଵ ପ୍ରକୀର୍ତ୍ତ୍ୟା ଜଗତ  
ପ୍ରହୃୃଷ୍ଯତ୍ୟନୁ ରଜ୍ୟତେ ଚ
ରକ୍ଷାଂସି ଭୀତାନି ଦିଶୋ ଦ୍ରବନ୍ତି ,
ସର୍ବେ ନମସ୍ୟନ୍ତି ଚ ସିଦ୍ଧ ସଂଘାଃ       | ୨ |
 
ସର୍ବତୋଃ ପାଣି ପାଦଂ ତତ୍ ସର୍ବତୋ କ୍ଷିଶିରୋ ମୁଖମ୍
ସର୍ବତଃ ଶୃତି ମଲ୍ଲୋକେ  ସର୍ବମାବୃତ୍ୟ ତିଷ୍ଠତି         | ୩ |
କବିଂ ପୁରାଣ ମନୁ ଶାସିତାରଂ
ମଣୋରଣୀୟାଂ  ସମନୁ ସ୍ମରେଦ୍ ଯଃ
ସର୍ବସ୍ୟ ଧାତାର ମଚିନ୍ତ୍ୟ ରୂପ
ମାଦିତ୍ୟ ବର୍ଣ୍ଣମ ତମସଃ ପରସ୍ତାତ              | ୪ |   
 
ଉର୍ଦ୍ଧମୂଳ ମଧଃ ଶାଖାମଶ୍ୱତ୍ ଥଂ ପ୍ରାହୁର ବ୍ୟୟମ୍
ଛନ୍ଦାଂସି ଯସ୍ୟ ପର୍ଣ୍ଣାନି ଯସ୍ତଂ ବେଦ ସବେଦବିତ୍     |  ୫ |
ସର୍ବସ୍ୟ ଚାହଂ ହୃଦି ସନ୍ନି ବିଷ୍ଟୋ,
ମତ୍ତଃ ସ୍ମୃତି ଜ୍ଞାନମ୍ ପୋହନଂ  ଚ
ବେଦୈଶ୍ଚ  ସର୍ବେିରହ ମେବ ବେଦ୍ୟୋ
ବେଦାନ୍ତ କୃଦ୍ ବେଦ ବିଦେବ ଚାହମ୍             |  ୬ |
 
ମନ୍ମନା ଭଵ ମଦ୍ ଭକ୍ତୋ ମଦ୍ ଯାନୀ ମାଂ ନମସ୍କୁରୁ
ମାମେ ବ୍ୟଷ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋସିମେ     | ୭ |

ଇତି ଶ୍ରୀମଦ୍ଭାଗବତଗୀତା ସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ
ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣଅର୍ଜୁନସମ୍ବାଦେ ସପ୍ତଶ୍ଲୋକୀ ଗୀତା ସମ୍ପୂର୍ଣମ୍
 
🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

 ଓଁ ମା ଶରଣଂ ଶ୍ରୀ ଗୁରୁ ଶରଣଂ

 ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ
             ସର୍ବସ୍ୟାର୍ତ୍ତି ହରେ ଦେବି ନାରାୟଣୀ ନମୋସ୍ତୁତେ   ||

 

 

 

Post a Comment

Previous Post Next Post